Breaking PLUSଓଡ଼ିଶାମୁଖ୍ୟ ଖବର

ଫରେଷ୍ଟର ଆତ୍ମହତ୍ୟା ମାମଲା, ଡିଏଫଓ ସସପେଣ୍ଡ

ଭବାନୀପାଟଣା – ରାୟଗଡ଼ା ସିଲ୍‌ଭି କଲ୍‌ଚର୍‌ ବନଖଣ୍ଡ ଅନ୍ତର୍ଗତ କଳାହାଣ୍ଡି ଜାରିଂ ହାଇଟେକ୍‌ ନର୍ସରୀ ଦାୟିତ୍ୱରେ ଥିବା ସିଲ୍‌ଭି କଲ୍‌ଚର ଫରେଷ୍ଟର ସଞ୍ଜୟ ନାଏକ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପତ୍ର ସଂଖ୍ୟା ୧୯୦୮୭/ ୫ ଅକ୍ଟୋବର ୨୪ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି। ଡିଏଫଓ ଶ୍ରୀ ବେହେରାଙ୍କ ନାମରେ ଭବାନୀପାଟଣା ଟାଉନ ଥାନାରେ ମାମଲା ରୁଜୁ ହୋଇଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ନିଲମ୍ବନ ସମୟରେ ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟ ବନସଂରକ୍ଷକ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button