Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବତନ କଂଗ୍ରେସ ପିସିସି ସଭାପତି ଲୋକସଭା ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ପରଲୋକ

ଓଡ଼ିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ବଲାଙ୍ଗିର ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ଜନନେତା ନିତ୍ୟାନନ୍ଦ ମିଶ୍ରଙ୍କର ୯୫ ବର୍ଷରେ ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ନିତ୍ୟାନନ୍ଦ ମିଶ୍ରଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା କଂଗ୍ରେସ କମିଟିର ସଭାପତି ନୀରଂଜନ ପଟ୍ଟନାୟକ ।

ଓଡ଼ିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ତଥା ବଲାଙ୍ଗିର ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ଜନନେତା ନିତ୍ୟାନନ୍ଦ ମିଶ୍ରଙ୍କର ୯୫ ବର୍ଷରେ ଦେହାନ୍ତ ହୋଇଛି । ଭୁବନେଶ୍ୱର ସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ନିତ୍ୟାନନ୍ଦ ମିଶ୍ରଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା କଂଗ୍ରେସ କମିଟିର ସଭାପତି ନୀରଂଜନ ପଟ୍ଟନାୟକ । ଶୋକବାର୍ତ୍ତାରେ ନିରଂଜନ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତ ମିଶ୍ର ଜଣେ ଦକ୍ଷ ଓ ସାଂଗଠନିକ କ୍ଷେତ୍ରରେ ବଳିଷ୍ଠ ଜନନେତା ଥିଲେ । ଜଣେ ସ୍ପଷ୍ଠବାଦୀ ମୂଲ୍ୟବୋଧ ଭିତିକ ରାଜନେତାର ଉଦାହରଣ ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ ।

ପରିବାର ସଦସ୍ୟଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ୱର୍ଗତ ମିଶ୍ର ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆମ୍ରି ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା । ସେ ସ୍ତ୍ରୀ, ଦୁଇ ପୁଅ ଓ ତିନି ଝିଅଙ୍କୁ ଛାଡ଼ି ଯାଇଛନ୍ତି ।

ସ୍ୱର୍ଗତ ମିଶ୍ର ବଲାଙ୍ଗୀର ଜିଲ୍ଲାର କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ବେଶ୍‌ ପରିଚିତ ଥିଲେ । ୧୯୭୮ରୁ ୮୧ ମସିହା ଯାଏ ସେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ । ୧୯୮୦ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତତ୍କାଳୀନ ବଲାଙ୍ଗୀର ସାଂସଦ ତଥା ଜନତା ପ୍ରାର୍ଥୀ ଅଇଁଠୁ ସାହୁଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୪ ମସିହାରେ କଂଗ୍ରେସ ଦଳ ସପକ୍ଷରେ ସାରା ଦେଶରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାଜନିତ ଅନୁକମ୍ପା ହାୱା ବୋହୁଥିଲା । ସେଥର ଜନତା ପାର୍ଟି ପ୍ରାର୍ଥୀ ଅନଙ୍ଗଉଦୟ ସିଂହଦେଓଙ୍କୁ ପରାଜିତ କରି ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ମସିହାରେ ଜନତା ଦଳ ହାୱାରେ ବାଳଗୋପାଳ ମିଶ୍ରଙ୍କଠାରୁ ପରାଜିତ ହୋଇଥିଲେ । ତାପରେ ସେ ଆଉ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇନଥିଲେ । ଏପରିକି ନିର୍ବାଚନ ଲଢ଼ିବାକୁ ଟିକଟ ପାଇଁ ବି ଆଉ ଆବେଦନ କରିନଥିଲେ ।

Show More

Related Articles

Back to top button