ଓଡ଼ିଶାବ୍ୟକ୍ତିତ୍ୱ
ଆରପାରିରେ ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ

ପୂର୍ବତନ ମନ୍ତ୍ରୀ ଗୋଲକ ତଥା ଉଦଳା ବିଧାୟକ ଶ୍ରୀ ବିହାରୀ ନାୟକଙ୍କ ପରଲୋକ । ଗତ କିଛିଦିନ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବାରିପଦାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ, ଗୋଲକ ବିହାରୀ ନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଜନ ସମନ୍ୱୟ ଓ ପେନସନ୍ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇ ଥିଲେ। ପୁଣି ଥରେ ୨୦୦୪ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପିରୁ ମତ୍ସ୍ୟ ଓ ପଶୁ ସମ୍ପଦ ଓ ହସ୍ତତନ୍ତ ଓ ବୟନ ଶିଳ୍ପର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ରେ ଥିଲେ।
ସେହିପରି ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ଉଦଳା ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ। ତାଙ୍କ ରାଜନୈତିକ ଜୀବନ ଖୁଣ୍ଟା ର ଜିଲ୍ଲାପରିଷଦ ସଦସ୍ୟ ଭାବରେ ଆରମ୍ଭ କରିଥିଲେ।