
ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କୁମର ବେହେରାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଫୁସଫୁସ୍ ସଂକ୍ରମଣ ଯୋଗୁଁ କିଛି ମାସ ହେଲା ଚିକିତ୍ସାଧୀନ ଥିଲେ। ଗତ ୨ ତାରିଖରୁ ବୁର୍ଲାସ୍ଥିତ ଏକ ନର୍ସିଂହୋମରେ ଭର୍ତ୍ତି ଥିଲେ। ଗୁରୁବାର ରାତି ୧୨ଟାରେ ତାଙ୍କ ପରଲୋକ ଘଟିଛି। ତାଙ୍କ ମରଶରୀରକୁ ଅତାବିରା ଶାନ୍ତିପଡ଼ାସ୍ଥିତ ବାସଭବନକୁ ଅଣାଯାଇଥିଲା। ଶୁକ୍ରବାର ଦିନ ସାଢ଼େ ୧୧ଟାରେ ପୈତୃକ ଗ୍ରାମ ହିର୍ଲିପାଲିଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ।