Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର
ଛତିଶଗଡ୍ ସମେତ ୪ ଜିଲ୍ଲାରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ।
ଦିନକୁ ଦିନ ଖରା ବଢିବା ସହ ତାପମାତ୍ରା ମଧ୍ୟ ବଢୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ଜନିତ ସ୍ଥିତି ନାହିଁ। ଏଥିପାଇଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଏହା ସହିତ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ମଧ୍ୟ ବଡ଼ ଧରଣର ହେବ । ଗତ ୨୪ ଘଣ୍ଟାରେ ଛତିଶଗଡ଼଼ଠାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ବ୍ୟତୀତ ବାକି ୪ ଟି ଜିଲ୍ଲାରେ ମଧ୍ୟ ତାପମାତ୍ରା ୩୬ ଡିଗ୍ରୀକୁ ଛୁଇଁଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକରେ ୩୬.୨, ରାୟଗଡ଼଼ା, ବୌଦ୍ଧ ଓ ତାଳଚେର ଆଦି ଜିଲ୍ଲାରେ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।