ଦୁର୍ଘଟଣାମୁଖ୍ୟ ଖବର

ନିଆଁ ଲାଗି ଜଳିଗଲା ୮ ବଖରା ଘର

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ୪ ଟି ପରିବାରର ୮ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହେଇଗଲା । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତର ସମିଆଁ ଗ୍ରାମ ଅନ୍ତର୍ଗତ ଖର୍ଦ୍ଧା ସାହିର ଉପେନ୍ଦ୍ର ବେହେରା, ସନାତନ ବେହେରା, ଅମୁଲ୍ୟ ବେହେରା ଓ ଅଭୟ ବେହେରା ଙ୍କର ୮ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଯାହା ଅନୁମାନ କରାଯାଉଛି, ଗତକାଲି ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଛି । ସମସ୍ତେ ଶୋଇଥିବା ବେଳେ ହଠାତ ନିଆଁ ଲାଗିଥିଲା । ଘରର ସମସ୍ତ ସଦସ୍ୟ ଦୌଡ଼ି ପଳାଇ ଆସିଥିଲେ, ହେଲେ ଘରେ ଥିବା ଜିନିଷ କାଢି ପାରି ନ ଥିଲେ । ୪ ଟି ପରିବାରର ୮ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି ।

Show More

Related Articles

Back to top button