କୋଭିଡ୍-୧୯ ଲକ୍ଡାଉନ୍ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଅନ୍ତିମ ପର୍ଯ୍ୟାୟରେ ଜୁରୀମାନଙ୍କ ଦ୍ୱାରା ମନୋନୀତ ହୋଇଛି । ୯ଟି ଦେଶ ସହିତ ଭାରତର ଚଳଚ୍ଚିତ୍ର ଏହି ଉତ୍ସବକୁ ମନୋନୀତ ହୋଇଛି ।ଗଞ୍ଜାମ ହିଞ୍ଜିଳିକାଟୁର ନୃତ୍ୟକଳା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଗୁରୁ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ଦେଖି ଭୂୟସୀ ପ୍ରଶଂସା କରିଥିଲେ । ଏହି ସଫଳତା ସମ୍ପର୍କରେ ଶ୍ରୀ ସାହୁ କହିଛନ୍ତି, ବହୁତ ଖୁସି ଏବଂ ଆନନ୍ଦିତ ।
ଚଳଚ୍ଚିତ୍ରଟି ମହାମାରୀ ସମୟରେ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ଦେବା ସହ ଲକ୍ଡାଉନ୍ ଉପରେ ଆଧାରିତ ଏବଂ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ଜିତିଛି । ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ପାଇଁ ମନୋନୀତ ୮୨ଟି ଚଳଚ୍ଚିତ୍ର ମଧ୍ୟରୁ ଭାରତରୁ ୪ଟି ସିନେମା ଯାଇଛି । ସେଥିରେ ଚଳଚ୍ଚିତ୍ର ‘ଅଭିଳାଷ’ ଅନ୍ୟତମ । ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କାନ୍ ଫିଲ୍ମ ଫେଷ୍ଟିଭାଲ୍କୁ ବାତିଲ କରାଯାଇଛି । ଆୟୋଜକମାନେ ଚଳିତ ବର୍ଷର ଅଫିସିଆଲ୍ ସିଲେକ୍ସନ୍ରୁ ଫିଲ୍ମ ସ୍କ୍ରିନିଂ କରିବାକୁ ଯୋଜନା କରିଥିଲେ ।