Breaking PLUSଓଡ଼ିଶାମୁଖ୍ୟ ଖବର

ଜାଲ୍‌ କାଗଜପତ୍ର ଦେଇ ୬୮ଲକ୍ଷ ଟଙ୍କା ଠକେଇ ଘଟଣା, ୩ ଅଭିଯୁକ୍ତ ଗିରଫ

ଜାଲ ଜମି କାଗଜପତ୍ରରେ କଟକ ହାଇକୋର୍ଟ କର୍ପୋରେସନ୍ ବ୍ୟାଙ୍କରୁ ୬୮ ଲକ୍ଷ ଟଙ୍କା ଠକେଇ ଘଟଣା । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ମିଳିଛି ।

ଜାଲ ଜମି କାଗଜପତ୍ରରେ କଟକ ହାଇକୋର୍ଟ କର୍ପୋରେସନ୍ ବ୍ୟାଙ୍କରୁ ୬୮ ଲକ୍ଷ ଟଙ୍କା ଠକେଇ ଘଟଣା । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ମିଳିଛି ।

ଖବର ଅନୁଯାୟୀ, ଖୋର୍ଦ୍ଧା ପାଇକରାପୁର ଅଞ୍ଚଳର ଜମି ମାଲିକଙ୍କ ନକଲି କାଗଜପତ୍ରରେ ଊଣ ଉଠାଇଥିବା ନେଇ ଅଭିଯୋଗ ହୋଇଥିଲା । କଟକର ସତ୍ୟ ଶଙ୍କର ଶତପଥୀ ପାଇକରାପୁରର ସତ୍ୟବାଦୀ ବଳିଆର ସିଂଙ୍କ ଜମିର ନକଲି କାଗଜ ଦେଇ ନେଇଥିଲେ ୬୮ ଲକ୍ଷ ଟଙ୍କା । ଏନେଇ ଅଗଷ୍ଟ ୬ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତଦନ୍ତକୁ ଜୋରଦାର କରିଥିଲା ଲାଲବାଗ ଥାନା ପୋଲିସ । ଏବେ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

Show More

Related Articles

Back to top button