Breaking PLUSଓଡ଼ିଶାମୁଖ୍ୟ ଖବର

ରକ୍ଷାବନ୍ଧନରେ ମହିଳାଙ୍କ ପାଇଁ ବଡ଼ ଘୋଷଣା

୨୭ରେ ଓଡ଼ିଶାର ୭ ସହରରେ ମାଗଣା ଆମ ବସ୍ ଯାତ୍ରା

ଭୁବନେଶ୍ୱର: ରକ୍ଷାବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛି କ୍ରୁଟ୍‌ (CRUT)। ଆସନ୍ତା ଅଗଷ୍ଟ ୨୭ ତାରିଖରେ ଓଡ଼ିଶାର ପ୍ରମୁଖ ୭ଟି ସହରରେ ମହିଳାମାନେ ଆମ ବସ୍‌ରେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ।

ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଚାଲୁଥିବା ସମସ୍ତ ଆମ ବସ୍‌ ସେବାରେ ଲାଗୁ ହେବ। ଅଗଷ୍ଟ ୨୭ ତାରିଖ ସାରାଦିନ ମହିଳା ଯାତ୍ରୀଙ୍କୁ ବସ୍‌ ଭଡ଼ା ଦେବାକୁ ପଡ଼ିବ ନାହିଁ।

କ୍ରୁଟ୍‌ର ଆକଳନ ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ଗୋଟିଏ ଦିନରେ ପ୍ରାୟ ୧ ଲକ୍ଷ ମହିଳା ଯାତ୍ରୀ ଉପକୃତ ହୋଇପାରନ୍ତି। ରକ୍ଷାବନ୍ଧନରେ ସୁରକ୍ଷା, ସ୍ନେହ ଓ ପାରସ୍ପରିକ ବିଶ୍ୱାସର ବାର୍ତ୍ତାକୁ ସାର୍ବଜନୀନ ପରିବହନ ସେବା ସହ ଯୋଡ଼ିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

ମହିଳାଙ୍କ ନିରାପଦ, ସୁବିଧାଜନକ ଓ ସୁଲଭ ଯାତାୟାତକୁ ପ୍ରୋତ୍ସାହନ ଦେବା ସହ ଏହି ପଦକ୍ଷେପ ମହିଳା ସଶକ୍ତୀକରଣ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱକୁ ମଧ୍ୟ ପ୍ରତିଫଳିତ କରୁଛି। ବିଭିନ୍ନ ସାମାଜିକ, ଆର୍ଥିକ ଓ ପାରିବାରିକ କାର୍ଯ୍ୟରେ ଯାତାୟାତ କରୁଥିବା ମହିଳାଙ୍କ ପାଇଁ ଏହା ଯାତ୍ରାକୁ ଅଧିକ ସହଜ କରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button