
କାଲିଠୁ ସହରାଂଚଳରେ ଆରମ୍ଭ ହେବ ଓ୍ୱିକେଣ୍ଡ ସଟଡ଼ାଉନ ।ପୂର୍ବ ନିଷ୍ପତ୍ତି ମୁତାବକ୍ ବନ୍ଦ ରହିବ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଅଗଲାଣି ପ୍ରସ୍ତୁତି । ତେବେ ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରହିବ ଚଳାଚଳ । ସେପଟେ ସଟଡ଼ାଉନ୍ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରିବାକୁ ମନା ହୋଇଛି ।ମେଡ଼ିକାଲ, ବିଦ୍ୟୁତ୍, ଜଳ ଯୋଗାଣ, କନଷ୍ଟ୍ରକସନ୍ ଗଣମାଧ୍ୟମ, କାମ ଭଳି ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଯଦି କେହି ବିନା କାମରେ ଘରୁ ବାହାରିବେ ତେବେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

ଏହି ସମୟରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧା ପ୍ରାପ୍ତ ନହୁଏ ସେ ସବୁ ଦୃଷ୍ଟି ଦିଆଯାଇଛି । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ । ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍ ଅନ୍ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।