
ଏ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ କୋଲକତା, ପାଟନା, ବନାରସ, ଲକ୍ଷ୍ମୌ ଓ ଦିଲ୍ଲୀରୁ ଚାଲିବ ଯଦ୍ଦ୍ବାରା ଦଶହରା, ଦୀପାବଳି, ଛଠ ପୂଜାରେ ଯାତ୍ରୀଙ୍କୁ ସୁବିଧା ମିଳିପାରିବ।ଏହା ସହ ଟ୍ରେନ୍ ପାଇଁ ଆରପିଏଫ କଡ଼ା ନିୟମ ମଧ୍ୟ ଜାରି କରିଛି। ନିୟମ ଉଲ୍ଲଘଂନକାରୀଙ୍କୁ ୫ ବର୍ଷ ଜେଲ ସହ ଜରିମାନା ମଧ୍ୟ ଗଣିବାକୁ ପଡ଼ିବ। ତେବେ ଏ ସବୁ ଟ୍ରେନର ବୁକିଂ ଆଜି ଅର୍ଥାତ୍ ଅକ୍ଟୋବର ୨୦ରୁ ଅକ୍ଟୋବର ୨୨ ସୁଦ୍ଧା ହୋଇପାରେ। ଏହା ସହ ଯାତ୍ରା ସମୟରେ ସବୁ ପ୍ରକାର ସୁରକ୍ଷା ନିୟମ ପାଳନ କରିବା ଅନିବାର୍ଯ୍ୟ।
ଟ୍ରେନ ଅକ୍ଟୋବର ୨୦ରୁ ନଭେମ୍ବରର ୩୦ ପର୍ଯ୍ୟନ୍ତ ଚାଲିବ।ରେଲଓ୍ବେ ଏହି ସ୍ପେଶାଲ ଟ୍ରେନ ପାଇଁ ସାଧାରଣ ଠାରୁ ଅଧିକ ଭଡ଼ା ଆଦାୟ କରାଯିବ। ସାଧାରଣ ଟ୍ରେନ୍ ତୁଳନାରେ ୩୦ ପ୍ରତିଶତ ଭଡ଼ା ଅଧିକ ହେବ। ଅର୍ଥାତ ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।ଉଲ୍ଲେଖନୀୟ ରେଲଓ୍ବେ କୋଭିଡ-୧୯ ଯୋଗୁ ମାର୍ଚ ୨୨ରୁ ସବୁ ପାସେଞ୍ଜର ଟ୍ରେନ ଉପରେ କଟକଣା ଲଗାଇ ଥିଲା। ତେବେ ଦାବି ଅନୁସାରେ ନିୟମିତ ଭାବେ ୩୦୦ରୁ ଅଧିକ ସ୍ପେଶାଲ ମେଲ ଓ ଏକ୍ସପ୍ରେସ ଟ୍ରେନ ଚାଲୁଛି।