
() ରିଲିଜର ପ୍ରଥମ ଦିନରେ 40 କୋଟି ଆୟ କରିଛି ଗଦର-2 । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନ୍ନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମର ପ୍ରଥମ ଦିନର ଆୟ ଅଭିନେତା ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷର ରେକର୍ଡ ଭାଙ୍ଗିଛି।
ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୪୦କୋଟି ଟଙ୍କା ସଂଗ୍ରହ କରିଛି, ଯାହା ଆଦିପୁରୁଷର ପ୍ରଥମ ଦିନର ଆୟଠାରୁ ଢ଼େର ଅଧିକ। ପ୍ରଥମ ଦିନର ଆୟକୁ ଦେଖିଲେ ୪୦କୋଟି ଆୟ କରି ଫିଲ୍ମଟି ୨୦୨୩ର ଦ୍ବିତୀୟ ସର୍ବାଧିକ ଫିଲ୍ମ ହୋଇପାରିଛି। ଏହା ପୂର୍ବରୁ ଶାହରୁଖ ଖାନଙ୍କ ଫିଲ୍ମ ପଠାନ୍ ପ୍ରଥମ ଦିନରେ ୫୭କୋଟି ଟଙ୍କା ଆୟ କରିଥିଲା। ଶାହରୁଖଙ୍କ ରେକର୍ଡ ଭାଙ୍ଗିପାରିନଥିଲେ ବି ସନ୍ନି, ପ୍ରଭାସଙ୍କ ରେକର୍ଡ ଭାଙ୍ଗିଛନ୍ତି।

