Breaking PLUSଦେଶମୁଖ୍ୟ ଖବର
ମହୀଶୂରରେ 22 ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ଗଡକାରୀ
ନୂଆଦିଲ୍ଲୀ- କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡକାରୀ ରବିବାର କର୍ଣ୍ଣାଟକର ମହୀଶୂରରେ ପ୍ରାୟ 268 କିଲୋମିଟର ଲମ୍ବ ଓ 4ହଜାର କୋଟିରୁ ଅଧିକ ଟଙ୍କାର 22ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ମନ୍ତ୍ରାଳୟ ଅନୁସାରେ, ସ୍ୱତନ୍ତ୍ର ଭାବେ ହୁଲିୟାର-କେବି କ୍ରସ-ଚୁଂଚନହଲ୍ଲୀ-ନେଲ୍ଲୀଗେରେ ରୋଡ ପରି ପ୍ରମୁଖ ରୋଡ ମହୀଶୁର ଓ ଉତ୍ତର କର୍ଣ୍ଣାଟକ ମଧ୍ୟରେ ପରିବହନ-ସଂପର୍କ ସୁବିଧାକୁ ବୃଦ୍ଧି କରିବ । ସର୍ଭିସି ରୋଡ ଓ ଆରୟୁବିଏସ ସହିତ ମହୀଶୂର ରିଂଗ ରୋଡ ସହରର ଭିଡ ହ୍ରାସ କରିବ ଏବଂ ନିର୍ବିଘ୍ନ ଯାତାୟତକୁ ସୁନିଶ୍ଚିତ କରିବ ।