Breaking PLUSଓଡ଼ିଶାମୁଖ୍ୟ ଖବର

ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଗଣ୍ଡଗୋଳ ଘଟଣାରେ 5 ଗିରଫ

ଗୋଳନ୍ଥରା ଥାନା ଅଧୀନ ଦୁଇଟି ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଗଣ୍ଡଗୋଳ ଘଟି ୭ରୁ ଅଧିକ ଲୋକ ଆହତ ହେଇଥିବା ବେଳେ ଗୋଳନ୍ଥରା ପୁଲିସ ଗଣ୍ଡଗୋଳରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗୋଳନ୍ଥରା ଥାନା ଅଧୀନ କେଉଟ କୋଇଠା ଗାଁର କିଛି ଯୁବକ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ବେଳେ ସୋରଳ ବସ ଷ୍ଟାଣ୍ଡ ନିକଟରେ କିଛି ଯୁବକଙ୍କ ସହ କଥାକଟା କଟି ହୋଇ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ସମୟରେ କିଛି ଯୁବକ ବ୍ଲେଡରେ ଆକ୍ରମଣ କରି ସୋରଳର କିଛି ଯୁବକଙ୍କୁ ରକ୍ତାକ୍ତ କରିଥିଲେ। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଉକ୍ତ ଘଟଣାକୁ କେନ୍ଦ୍ର କରି ସକାଳ ସାଢେ ୯ଟା ବେଳେ କେଉଟ କୋଇଠାର ଧର୍ମରାଜ ବେହେରା ନାମକ ଜଣେ ଶିକ୍ଷକ ନିଜ ସ୍କୁଟି ଯୋଗେ ସ୍କୁଲକୁ ଯାଉଥିବା ବେଳେ ବସଷ୍ଟାଣ୍ଡ ନିକଟରେ ୧୦ରୁ ୧୫ ଜଣ ଯୁବକ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ସ୍କୁଟିଟିକୁ ଭାଙ୍ଗି ଦେଇଥିଲେ। ଯାହାକୁ ନେଇ ସୋରଳ ଗାଁ ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବର ପାଇ ପୁଲିସ ଫୋର୍ସ ଗାଁରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button