Breaking PLUSଓଡ଼ିଶାମୁଖ୍ୟ ଖବର
ଗଂଜାମ ହିଂସାକାଣ୍ଡ ଘଟଣା, 144 ଧାରା ଲାଗୁ
ଗଂଜାମ ହିଂସାକାଣ୍ଡ ଘଟଣା, 144 ଧାରା ଲାଗୁ । ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗ୍ରାମରେ ନିର୍ବାଚନୀ ହିଂସାରୁ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଛି। ଗୁରୁବାର ସ୍ଥାନୀୟ ଲୋକେ ଥାନା ଆଗରେ ରାସ୍ତାରୋକୋ କରିଥିବାବେଳେ ପୁଲିସ ଗାଡ଼ି ଉପରକୁ ପଥର ଏବଂ ବୋତଲ ମାଡ଼ କରିଛନ୍ତି। ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଲାଠିମାଡ଼ କରିଛି। ପୁଲିସ ଲାଠିମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି। ପଥର ମାଡ଼ରେ ପୁଲିସ ଭ୍ୟାନ କାଚ ଭାଙ୍ଗିଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନାଠାରୁ ୨୦୦ ମିଟର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।