ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଗ୍ୟାସ ସିଲିଣ୍ଡର ଫାଟି ତିନି ମୃତ

ଲକ୍ଷ୍ନୌ: ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।  ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ତେବେ ଘର ଭିତରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣଙ୍କୁ ମେଡିକାଲ ପଠାଯାଇଛି।  ଆଜି ସକାଳ ୧୦ଟାରେ ଏହି ଅଭାବନୀୟ ଘଟଣା ଘଟିଛି।  ଗତ ସୋମବାର ଲକ୍ଷ୍ନୌରେ ସମାନ ପ୍ରକାର ଅଘଟଣ ଘଟିଥିଲା। ଏଠାକରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଆଜି ଏହି ଦୁଃଖଦ ଖବର ଆସିଛି।

Show More

Related Articles

Back to top button