ଡଙ୍ଗାରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଶ୍ରମିକ ମୃତ

ପାଟନା: ବିହାରର ପାଟନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପାଟନାର ମନେର ଅଞ୍ଚଳରେ ଗଙ୍ଗା ନଦୀ ମଧ୍ୟରେ ଏକ ମୋଟରବୋଟରେ ସିଲିଣ୍ଡର ଫାଟି ୪ ମୃତ୍ୟୁ ଓ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଜଣେ ଅଧିକାରୀ ଏନେଇ ଆଜି ସୂଚନା ଦେଇଛନ୍ତି । ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେଉଥିବା କାରଣରୁ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ତେବେ ଡଙ୍ଗାରେ ଖାଇବା ପାଇଁ ରୋଷେଇ କରୁଥିବା ସମୟରେ ଏଡି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଏହାର ଶବ୍ଦ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ମୁତାବକ, ଘଟଣା ଘଟିବା ସମୟରେ ବେଆଇନ ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡଙ୍ଗା ମାଧ୍ୟମରେ ପରିବହନ କରାଯାଉଥିଲା । ଏହି ସମୟରେ, ବାଲି ପରିବହନରେ ନିୟୋଜିତ ଲୋକଙ୍କ ପାଇଁ ଡଙ୍ଗାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବା ବେଳେ ହଠାତ୍ ଗ୍ୟାସ୍ ଲିକ୍ ହେତୁ ସିଲିଣ୍ଡରଟି ଫାଟି ଯାଇଥିଲା । ହଠାତ ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ଡଙ୍ଗାରେ ଥିବା ଅନ୍ୟ ଲୋକମାନେ ପହଁରି କୂଳକୁ ଚାଲି ଆସିଥିଲେ । ବିସ୍ଫୋରଣ ପରେ ବି ଡଙ୍ଗାଟି ନବୁଡ଼ିବାରୁ ଲୋକେ ପହଁରି କୂଳକୁ ପଳେଇଆସିଥିଲେ । ଏବେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ କେତେ ଲୋକ ଆହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ ।