
ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା କଇଥଖୋଲା ବଜାରରେ । ଏହି ଅଗ୍ନିକାଣ୍ଡ ଫଳରେ ୧୫ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ଜଳି ପୋଡି ଭସ୍ମ ହୋଇଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ୧୫ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ଜଳି ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୧୫ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବାବେଳେ ଗ୍ରାମବାସୀମାନେ ବହୁ ଚେଷ୍ଟା କରି ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ । ହଠାତ୍ ଏଭଳି ଘଟିବାରୁ କୌଣସି ଦୋକାନୀ ନିଜ ଦୋକାନ ମଧ୍ୟରୁ କିଛି ସାମଗ୍ରୀ କାଢି ପାରିନଥିଲେl ନିଆଁ ଲାଗିବାର ବହୁ ସମୟ ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।