Breaking PLUSଦେଶମୁଖ୍ୟ ଖବର
ଗୌତମ ଗମ୍ଭୀରଙ୍କୁ ତୃତୀୟ ଥର ପାଇଁ ହତ୍ୟା ଧମକ

ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ତୃତୀୟ ଥର ପାଇଁ ଆସିଲା ହତ୍ୟା ଧମକ । ସୁରକ୍ଷାକର୍ମୀ କିମ୍ବା ପୋଲିସ ଆମର କିଛି କରିପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି । ଆଇଏସଆଇଏସଆଟୟାହୁ.କମରୁ ଏହି ଇ-ମେଲ ଆସିଛି ।
ପୂର୍ବ ଧମକ ଆଇପି ଆଡ୍ରେସରୁ ପାକିସ୍ତାନର ବୋଲି ଜଣା ପଡିଥିଲା । ଏହା ପରେ ଗମ୍ଭୀରଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ଆମ ଗୁପ୍ତଚର ପୋଲିସ ବିଭାଗରେ ଅଛନ୍ତି । ଆଇପିଏସ ଶ୍ୱେତା ଏବଂ ଦିଲ୍ଲୀ ପୋଲିସ ମଧ୍ୟ ତୁମକୁ ବଞ୍ଚାଇ ପାରିବେନି ବୋଲି ଧମକପୂର୍ଣ୍ଣ ଇ-ମେଲରେ ଉଲ୍ଲେଖ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।