ଦେଶରାଜନୀତି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଗେହଲଟ,କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ହଇଚଇ ଲାଗିରହିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । କାରଣ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଲଢ଼ିବେ,ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଗେହଲଟ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ଯେଉଁମାନେ କଂଗ୍ରେସର ଅଧ୍ୟକ୍ଷ ରହି ଆସିଛନ୍ତି ସେମାନେ ଆଦୌ ମୁଖ୍ୟମନ୍ତ୍ରୀ ନଥିଲେ । ଯଦି ତାଙ୍କୁ ସୁଯୋଗ ମିଳିବ ତେବେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି କାମ କରିବେ । ମୁଁ ପାର୍ଟି ପାଇଁ ଗୋଟିଏ କି ଦୁଇଟି କିମ୍ଵା ତିନୋଟି ପଦ ସମ୍ଭାଳି ପାରିବି ଏବଂ ସେ ମଧ୍ୟ କହିଥିଲେ ସେ କୌଣସି ବି ପଦ ଛାଡି ପାରିବେ ନାହିଁ ।

ତାଙ୍କର ଏହି ଟିପ୍ପଣୀକୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ଯୋଡା ଯାଉଛି। ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ଯେ, ଅଶୋକ ଗେହଲଟଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ପରିବର୍ତ୍ତେ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଉ ଏବଂ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ। ଯଦି ଏମିତି ହେଲା ଅଶୋକ ଗେହଲଟଙ୍କ ଇଚ୍ଛା ବି ପୂରଣ ହୋଇ ପାରିବ। ହେଲେ ହାଇକମାଣ୍ଡ ଏମିତି ଚାହୁଁନଥିବା ଜଣା ପଡିଛି। ଏଥିପାଇଁ ଅଶୋକ ଗେହଲଟ ନିଜ ସ୍ଥାନରେ ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପଟେ ଗେହଲଟ ଆଶା ରଖିଥିଲେ ଯେ, ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ପଦବି ମଧ୍ୟ ରଖିବେ । କିନ୍ତୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସ୍ପଷ୍ଟ କରିଛନ୍ତି କି ଦଳରେ ଜଣେ ବ୍ୟକ୍ତି ଗୋଟିଏ ପଦରେ ରହିବେ । ଏହା ଯେଭଳି କଡାକଡି କାର୍ଯ୍ୟକାରୀ ହେବ ତାହା ସୁନିଶ୍ଚିତ କରିବାକୁ ସେ ଦଳର ନେତାମାନଙ୍କୁ କହିଛନ୍ତି ।

ଭାରତ ଯୋଡୋ ଯାତ୍ରାରେ ସାମିଲ ଥିବା ରାହୁଲ କୋଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଅଧ୍ୟକ୍ଷ ପଦ ଦାବିଦାରଙ୍କୁ ସ୍ପଷ୍ଟ ସନ୍ଦେଶ ସହିତ କିଛି ପରାମର୍ଶ ଦେଇଛନ୍ତି । କହିଛନ୍ତି କଂଗ୍ରେସର ଉଦୟପୁର ଅଧିବେଶନ (ଚିନ୍ତନ ଶିବିର)ରେ ‘ଜଣେ ବ୍ୟକ୍ତି ଏକ ପଦ’ ନେଇ ଆମେ ଯେଉଁ ନିଷ୍ପତ୍ତି ନେଇଥିଲୁ, ତାହା କାଏମ ରହିବ । କଂଗ୍ରେସ ଅଧ୍ୟକ୍ଷ କେବଳ ଏକ ସାଙ୍ଗଠନିକ ପଦ ନୁହେଁ, ଏହା ଏକ ଆଦର୍ଶଗତ ପଦ ଓ ବିଶ୍ୱାସ ବ୍ୟବସ୍ଥା । ଯେକେହି ବି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ନା କାହିଁକି ତାଙ୍କୁ ମନେ ରଖିବାକୁ ପଡ଼ିବ ଯେ ସେ ଏକ ଐତିହାସିକ ସ୍ଥାନ ନେଉଛନ୍ତି ।

 

Show More

Related Articles

Back to top button