ଦେଶ ବିଦେଶରାଜନୀତି

ଇଟାଲୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଜର୍ଜିଆ ମେଲୋନୀ

ଜର୍ଜିଆ ମେଲୋନୀ ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ । ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଜର୍ଜିଆ ମେଲୋନୀ । ତେବେ ଏହି ଶପଥ ଗ୍ରହଣ ଉତ୍ସବ କ୍ୟୁରିଲାନ ପେଲେସ୍‌ରେ ପାଳନ କରାଯାଇଥିଲାବେଳେ ୪୫ ବର୍ଷୀୟ ମୋଲୋନୀ ଓ ତାଙ୍କ କ୍ୟାବିନେଟ୍‌ର ସମସ୍ତ ସଦସ୍ୟ ରାଷ୍ଟ୍ରପତି ସେରଗିଓ ମାଟ୍ଟାରେଲ୍ଲାଙ୍କ ସମ୍ମୁଖରେ ନିଜ ନିଜ ଦାୟିତ୍ୱ ପାଇଁ ଶପଥ ଗ୍ରହଣ କରିଥିଲେ।

ଶପଥ ପାଠ ସମୟରେ ମେଲୋନୀ କହିଛନ୍ତି ‘ ମୁଁ ଗଣତନ୍ତ୍ରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନେଉଛି।’ ଏହା କହିବା ପରେ ରାଷ୍ଟ୍ରପତି ସର୍ଜିଓ ମାଟ୍ଟାରେଲ୍ଲାଙ୍କ ସହ ହାତ ମିଳାଇଥିଲେ।

ସୂଚନା ଅନୁସାରେ, ସେପ୍ଟେମ୍ବର ୨୫ ତାରିଖରେ ମେଲୋନୀଙ୍କ ବ୍ରଦର୍ସ ଅଫ୍ ଇଟାଲୀ ପାର୍ଟି ସାଧାରଣ ନିର୍ବାଚନ ଜିତିଥିଲା। ହେଲେ ସରକାର ଗଠନ କରିବାକୁ ଅନ୍ୟ ଦଳର ସହଯୋଗ ଆବଶ୍ୟକ ଥିଲା। ଏଥିପାଇଁ ମୋଲୋନୀ ସିଲଭିଓ ବେରୁଲସକୋନୀଙ୍କ ଫୋର୍ଜା ଇଟାଲିଆ ଓ ମେଟ୍ଟିଓ ସାଲବିନିଙ୍କ ଧଳ ସହିତ ମେଣ୍ଟ କରି ସରକାର ଗଠନ କରିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ମେଲୋନୀ ଇଟାରୀ ଦକ୍ଷିଣପନ୍ଥୀ ସରକାରକୁ ପରାମର୍ଶ ଦେଇଆସୁଥିଲେ। ତେଣୁ ତାଙ୍କର ସରକାର ପରିଚଳନା କ୍ଷେତ୍ରରେ ଅନେକ ଦକ୍ଷତା ଥିଲା।

 

Show More

Related Articles

Back to top button