ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ବ୍ରେକଅପ୍‌ ପାଇଁ ରାଜି ନହେବାରୁ ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଥିରୁଭନନ୍ତପୁରମ୍: ପ୍ରେମ, ପ୍ରତାରଣା ଓ ମର୍ଡ଼ର। ପ୍ରେମିକାର ଅନ୍ୟତ୍ର ବିବାହ ଠିକ୍‌ ହୋଇଯିବା ପରେ ପ୍ରେମିକ ବ୍ରେକଅପ୍‌ ପାଇଁ ରାଜି ନହେବାରୁ ଘଟିଛି ପ୍ରମିକକୁ ହତ୍ୟା କରିଛି ପ୍ରମିକା। ପିଛା ନଛାଡ଼ିବାରୁ ପ୍ରେମିକଙ୍କୁ ଡାକି ଜୁସ୍‌ରେ ବିଷ ଦେଇ ପ୍ରେମିକା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପ୍ରେମିକାକୁ ପୁଲିସ ଗିରଫ କରିବା ପରେ ଥାନାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଥିରୁଭନନ୍ତପୁରମରେ। ସମ୍ପୃକ୍ତ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ୨୨ ବର୍ଷୀୟ  ଯୁବତୀଙ୍କ ସହ ଜଣେ ୨୩ ବର୍ଷୀୟ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା। ଉଭୟେ ଭୟଙ୍କକୁ ଭଲ ପାଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରେମିକାର ଅନ୍ୟତ୍ର ବିବାହ ଠିକ୍‌ ହୋଇଥିଲା। ପରେ ପ୍ରେମିକା ପ୍ରେମିକ ଜଣକୁ ନିଜ ଜୀବନରୁ ଦୂରେଇ ଯିବା ପାଇଁ କହିଥିଲେ। ହେଲେ ପ୍ରେମିକ ଜଣକ ବ୍ରେକଅପ୍‌ ରାଜି ହୋଇ ନଥିଲେ। ସେ ତାଙ୍କୁ ପ୍ରେମକୁ ଭୁଲିପାରୁ ନଥିଲେ। ତେବେ ପ୍ରେମିକଙ୍କୁ ନିଜ ଜୀବନରୁ ଦୂରେଇ ଦେବା ପାଇଁ ପ୍ରେମିକା ବହୁ ଚେଷ୍ଟା କରିଥିଲେ। ହେଲେ ଉଦ୍ୟମ ସଫଳ ହୋଇନଥିଲା। ପରେ ଯୁବତୀ ଜଣକ ପ୍ରେମିକକୁ ନିଜ ରାସ୍ତାରୁ ସବୁଦିନ ଲାଗି ହଟେଇ ଦେବା ଲାଗି ଏକ ଉପାୟ ପାଞ୍ଚିଥିଲେ।ଯୋଜନାମୁତାବକ ଯୁବତୀ ଗତ ଅକ୍ଟୋବା ୧୪ରେ ନିଜ ପ୍ରେମିକଙ୍କୁ ଡାକିଥିଲେ। ଆଉ ଜୁସ୍‌ରେ ବିଷ ମିଶାଇ ତାଙ୍କୁ ଦେଇଥିଲେ। ଜୁସ୍ ପିଇବା ପରେ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ  ଦିନକ ପୂର୍ବରୁ ଯୁବତୀଙ୍କୁ ଗିରଫ କରିଥିଲା। କିନ୍ତୁ ଯୁବତୀ ଜଣକ ଟଏଲେଟ ଯାଇ ସେଠାରେ ଥିବା ଫିନାଇଲକୁ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।  ଖବର ପାଇ ପୁଲିସ ତାଙ୍କୁ ମେଡିକାଲ ନେଇଥିଲା। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ମେଡିକାଲରୁ ସୁସ୍ଥ ହେବା ପରେ ହତ୍ୟା ଘଟଣାରେ ତାଙ୍କୁ ଅଧିକ ଜେରା କରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button