Breaking PLUSଓଡ଼ିଶାମୁଖ୍ୟ ଖବର

କମିଲା ସୁନା ଓ ରୂପା ମୂଲ୍ୟ

ଭୁବନେଶ୍ୱର- ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ଆଜି ଶସ୍ତା ହୋଇଛି ସୁନା-ରୂପା। ଆଜି ଉଭୟ ଦର କମିଛି।  ତେବେ ଆଜି ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୫୭ ହଜାର ୪୨୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି 2550 ଟଙ୍କା କମି ୧ ଲକ୍ଷ ୪୧ ହଜାର ୭୫୦ ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୪୪ ହଜାର ୩୦୦ ଟଙ୍କା ରହିଥିଲା।

ଅନ୍ୟପଟେ ରୂପା ଦର ମଧ୍ୟ କମିଛି ।  ଭୁବନେଶ୍ବରରେ ଆଜି ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି। ଗତକାଲି ଦର ୨ଲକ୍ଷ ୭୫ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button