
ଭାରତୀୟ ସରଫା ବଜାରରେ ଶୁକ୍ରବାର ସୁନା ଦାମ କମିଛି। ଦାମ୍ ହ୍ରାସ ହେବା ସହ ୧୦ ଗ୍ରାମ ସୁନାର ଦାମ ପାଖାପାଖି ୪୬ ହଜାର ଟଙ୍କାରେ ପହଞ୍ଚିଛି। ସେପଟେ ରୁପା ଦାମରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବ୍ୟବସାୟିକ ଦିନରେ ଦିଲ୍ଲୀ ସରଫା ବଜାରରେ ୧୦ ଗ୍ରାମ ସୁନା ଦର ୪୬,୭୧୬ ଟଙ୍କା ଥିଲା। ଏହା ସହ ରୁପା କିଲୋ ପ୍ରତି ୬୫,୪୮୦ ଟଙ୍କା ଥିଲା। ଅନ୍ତର୍ଜାତୀୟ ବଜାରରେ ଗୋଲ୍ଡର ଦାମ୍ ଆଜି ହ୍ରାସ ଘଟିଥିବା ବେଳେ ରୁପା ଦରରେ ଅଧିକ ପରିବର୍ତ୍ତନ ହୋଇନାହିଁ।
ସୁନାର ନୂଆ ମୂଲ୍ୟ
ଦିଲ୍ଲୀ ସରଫା ବଜାରରେ ଗୁରୁବାର ସୁନା ଦାମ ୨୬୪ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ଘଟିଛି। ରାଜଧାନୀ ଦିଲ୍ଳୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ଆଜିର ମୂଲ୍ୟ ୪୬,୪୫୨ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ସେପଟେ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ କମି ୧୭୯୭ ଡଲାର ପ୍ରତି ଆଉନ୍ସ ରହିଛି।
କଣ ରହିଛି ରୁପା ଦାମ ?
ରୁପା ଦାମରେ ସାମାନ୍ୟ ବୃଦ୍ଧି ରେକର୍ଡ କରାଯାଇଛି। ଦିଲ୍ଲୀ ସରଫା ବଜାରରେ ଗୁରୁବାର ରୁପା ଦାମରେ ୪ ଟଙ୍କା ବୃଦ୍ଧି ହୋଇ ୬୫,୪୮୪ ଟଙ୍କା ପ୍ରତି କେଜିରେ ପହଞ୍ଚିଛି।
ଗୋଲ୍ଡ ପ୍ରାଇସ୍ରେ ହ୍ରାସ କାହିଁକି ?
ଏଚଡିଏଫସି ସିକ୍ୟୁରିଟିଜ୍ର ବରିଷ୍ଠ ବିଶ୍ଲେଷକ ତପନ ପଟେଲ୍ କହିଛନ୍ତି, ଡଲାର ମଜଭୁତ ହେବା ସହ ଆମେରିକୀୟ ବଣ୍ଡର ୟିଳ୍ଡରେ ବୃଦ୍ଧି ଯୋଗୁଁ ସୁନା ଦରରେ ହ୍ରାସ ହୋଇଛି। ତେଣୁ ଅନ୍ତର୍ଜାତୀୟ ବଜାରରେ ସୁନା ଦାମ କମିଥିବା ଯୋଗୁ ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାରରେ ଦେଖିବାକୁ ମିଳିଛି।