ଦେଶସ୍ୱତନ୍ତ୍ର

ବଢିଲା ସୁନା ଦର,ଚିନ୍ତାରେ ଗ୍ରାହକ

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଲା ସୁନା ଦର । ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ । ସୁନା ଦର ଭଳି ରୁପାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ୧୦ ଗ୍ରାମ ସୁନା ଦର ୫୧ ହଜାରକୁ ବୃଦ୍ଧି ପାଇଥିଲା ବେଳେ ରୂପା ପ୍ରତି କେଜି ୬୦ହଜାର ରହିଛି । ସେହିପରି ମଲ୍ଟିକମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ)ରେ ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୬୩ ଟଙ୍କାକୁ ବୃଦ୍ଧି ପାଇ ୫୦ହଜାର ୮୧୨ରେ ପହଞ୍ଚିଥିବା ଜଣା ପଡ଼ିଛି ।

ସୂଚନା ଅନୁଯାୟୀ, ନିର୍ଦ୍ଧାରିତ ଦର ଅରପେକ୍ଷା ପୂର୍ବରୁ ୫୦ହଜାର ୬୦୪ ଟ୍ରେଣ୍ଡିଙ୍ଗରୁ ଆରମ୍ଭ ହୋଇଥିବା ସୁନା ଦର ଚାହିଦା ଦୃଷ୍ଟିରୁ ୨୦୦ଟଙ୍କା ଅଧିକ ବୃଦ୍ଧି ପାଇଥିଲା । ବର୍ତ୍ତମାନ ସୁନା ଦର ୩୨ ପ୍ରତିଶତ ଅଧିକ ବୃଦ୍ଧି ପାଇ ଟ୍ରେଣ୍ଡିଙ୍ଗ କରୁଛି । ସୁନାର ଦର ଭଳି ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ୬୦ ହଜାର ଉପରକୁ ବୃଦ୍ଧି ପାଇଛି ରୂପା ଦର । ଏମସିଏକ୍ସରେ ରୂପାର ଦର ପ୍ରତି କିଲୋଗ୍ରାମରେ ୧୯୯ ଟଙ୍କାକୁ ବୃଦ୍ଧି ପାଇ ୬୦ ହଜାର ୧୪୫ରେ ପହଞ୍ଚିଛି । ଏହା ପୂର୍ବରୁ ରୂପାର ଆରମ୍ଭ ଦର ୫୯ ହଜାର ୭୬୦ ହୋଇଥିଲେ ମଧ୍ୟ ରୂପାର ଚାହିଦା ଅଧିକ ହେବାରୁ ଏହା ୪୦୦ଟଙ୍କା ଅଧିକ ବୃଦ୍ଧି ପାଇଥିଲା । ପୂର୍ବରୁ ଥିବା ରୂପା ଦର ତୁଳନାରେ ବର୍ତ୍ତମାନ ଏହା ୩୩ ପ୍ରତିଶତକୁ ବୃଦ୍ଧି ପାଇଛି ।ବିଶ୍ୱ ବଜାରରେ ସୁନାର ମୂଲ୍ୟ ୧,୮୨୫.୬୫ ଡଲାରରେ ପହଞ୍ଚିଛି ଯାହା ପୂର୍ବ ଦର ତୁଳନାରେ ୦.୧୨ ପ୍ରତିଶତ ଅଧିକ ହୋଇଥିବା ସୂଚନା ମିଳିଛି । ସମାନ ଭାବେ ରୂପାର ମୂଲ୍ୟ ୨୧.୧୯ ଡଲାରରେ ପହଞ୍ଚି ୦.୧୫ ପ୍ରତିଶତ ଅଧିକ ବଢିଥିବା କୁହାଯାଉଛିି ।

ଏକ୍ସପର୍ଟଙ୍କ ସୂଚନା ଅନୁସାରେ , ସୁନା ଓ ରୂପାର ଦର ଆସନ୍ତା କିଛି ଦିନ ପାଇଁ ଏହି ଭଳି ବଢି ରହିବ । କାରଣ ଜି୭ ଦେଶ ଦ୍ୱାରା ଋଷରୁ ସୁନା ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେଣୁ ବିଶ୍ୱ ବଜାରରେ ସୁନାର ଯୋଗାଣ ବାଧାପ୍ରାପ୍ତ ହେଉଛି । ସୁନା ଯୋଗାଣରେ ବାଧା ଉପୁଜିଥିବାରୁ ବର୍ତ୍ତମାନ ସୁନାର ମୂଲ୍ୟ ବଢୁଥିବା ଏକ୍ସପର୍ଟ କହିଛନ୍ତି ।

Show More

Related Articles

Back to top button