ନିବେଶକଙ୍କ ପାଇଁ ଖୁସି ଖବର, ଆଗକୁ ଲଞ୍ଚ ହେବ ଆଦାନୀ ଗ୍ରୁପ୍ର ନୂଆ ଆଇପିଓ !
ସେୟାର ମାର୍କେଟ୍ ନିବେଶକଙ୍କ ପାଇଁ ଖୁସି ଖବର । ଆଇପିଓରେ ଟଙ୍କା ଲଗାଇ ହୋଇପାରିବେ ମାଲାମାଲ୍ । ଏସିଆର ବଡ଼ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ଆଉ ଏକ କମ୍ପାନୀର ଆଇପିଓ ଲଞ୍ଚ ହେବାକୁ ଯାଉଛି ।
ବ୍ଲୁମ୍ବର୍ଗର ଏକ ରିପୋର୍ଟରୁ ଏନେଇ ଜଣାପଡ଼ିଛି । ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ମାସରେ ଆଦାନୀ ସମୂହର କମ୍ପାନୀ ଆଦାନୀ ୱିଲ୍ମାର୍ ଆଇପିଓ ଲଞ୍ଚ ହୋଇଥିଲା । ଏହି ଆଇପିଓ ନିବେଶକଙ୍କୁ ମାଲେମାଲ୍ କରିଥିଲା । ରିପୋର୍ଟ ମୁତାବିକ ଆଦାନୀ ସମୂହ କମ୍ପାନୀ ଆଦାନୀ କ୍ୟାପିଟଲ୍ର ଆଇପିଓ ଲଞ୍ଚ ହେବାକୁ ଯଆଛି । ଆଦାନୀ କ୍ୟାପିଟଲ୍ର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଆଧିକାରୀ ଗୌରବ ଗୁପ୍ତା ଏନେଇ କହିଛନ୍ତି ଯେ ଆଇପିଓ ଜରିଆରେ ପାଖାପାଖି ୧୫୦୦ କୋଟି ଅର୍ଥାତ ୧୮୮ ମିଲିୟନ୍ ଡଲାର୍ ଏକାଠି କରିବାକୁ ଯୋଜନା ରଖିଛି ।
୨୦୨୪ର ପ୍ରାରମ୍ଭରେ ଏହି ଆଇପିଓ ଆସିପାରେ ବୋଲି ସେ କହିଛନ୍ତି । କହିରଖୁଛୁ ଯେ, ଆଦାନୀ କ୍ୟାପିଟଲ୍ର ଆରମ୍ଭ ୨୦୧୭ରେ ହୋଇଥିଲା । କମ୍ପାନୀ ୩୧ ମାର୍ଚ୍ଚ ୨୦୨୧ ବର୍ଷରେ ପାଖାପାଖି ୧୬.୩ କୋଟି ଟଙ୍କା ଲାଭ କରିଥିଲା । ଏହି ଫାର୍ମର ୮ଟି ରାଜ୍ୟରେ ୧୫୪ଟି ଶାଖା ରହିଛି ଏବଂ ଏହାର ୬୦ ହଜାରରୁ ଅଧିକ ଋଣଦାତା ରହିଛନ୍ତି । ଗୌରବ ଗୁପ୍ତାଙ୍କ ମୁତାବିକ୍ କମ୍ପାନୀ ଏବେ ୩ ହଜାର କୋଟିର ଋଣ ବିତରଣ କରୁଛି ।