
ହ୍ୱାଟ୍ସଆପ୍ରେ ଏବେ ଏକ ବିଶେଷ ଏଡିଟିଙ୍ଗ ଫିଚର୍ସର ଅଭାବ ରହିଛି। ଯଦି ହ୍ୱାଟସଆପରେ ଏକ ମେସେଜ ଆମେ ପଠାଇଛୁ ତାକୁ କେବଳ ରିମୋଭ କରିହେଉଛି କିନ୍ତୁ ସେହି ମେସେଜକୁ ଆଉ ଏଡିଟ କରିହେଉନାହିଁ। କିନ୍ତୁ ହ୍ୱାଟସଆପରେ ନୂଆ ଏଡିଟ୍ ଫିଚର୍ସ ଦ୍ୱାରା ପଠାଯାଇଥିବା ମେସେଜକୁ ଆଉଥରେ ଏଡିଟ କରିହେବ। ହ୍ୱାଟସଆପ ସମ୍ପର୍କୀୟ ସମସ୍ତ ଖବର ରଖୁଥିବା ୱେବସାଇଟ ‘ୱାବେଟାଇନ୍ଫୋ’ ହ୍ୱାଟସଆପ୍ର କାର୍ଯ୍ୟକାରିତା ଉପରେ ଧ୍ୟାନ ରଖିଥାଏ। ଆମେ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାର ତରିକାରେ ହ୍ୱାଟସଆପ ଅନେକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ପଠାଇଥିବା ମ୍ୟାସେଜ୍ରେ ରିଆକ୍ଟ କରିବାର ଜାରିହେବା ପରେ ହ୍ୱାଟସ୍ଆପ୍ ଯଲଦି ୟୁଜର୍ସମାନଙ୍କ ପାଇଁ ପଠାଇଥିବା ମ୍ୟାସେଜକୁ ଏଡିଟ କରିବାର ସୁବିଧା ମଧ୍ୟ ଦେବ। ଏହି ବିକସିତ ଫିଚର୍ସ ଉପରେ ହ୍ୱାଟସଆପ ୫ ବର୍ଷ ହେଲା କାମ କରିବା ଆରମ୍ଭ କରିଥିଲା କିନ୍ତୁ ଟ୍ୱିଟରରେ ଏହାର ସୂଚନା ମିଳିବା ପରେ ହ୍ୱାଟସଆପ ଏହାକୁ ବନ୍ଦ କରି ଦେଇଥିଲା। କିନ୍ତୁ ଶେଷରେ ହ୍ୱାଟସଆପ୍ ୫ ବର୍ଷର ବ୍ୟବଧାନ ପରେ ପୁଣି ଏଡିଟ ଫିଚର୍ସ ଉପରେ କାମ କରିବା ଆରମ୍ଭ କରିଛି।
ବର୍ତ୍ତମାନ ବିକସିତ କରାଯାଉଥିବା ଏଡିଟିଙ୍ଗ ଫିଚର୍ର ଏକ ସ୍କ୍ରିନ୍ସଟ୍ ‘ୱାବେଟାଇନ୍ଫୋ’ ୱେବ୍ସାଇଟରେ ପୋଷ୍ଟ କରାଯାଇଛି। ସ୍କ୍ରିନ୍ସଟ୍ ଅନୁସାରେ ଯେତେବେଳେ ଆପଣ ପଠାଇଥିବା ମ୍ୟାସେଜକୁ ସିଲେକ୍ଟ କରୁଛନ୍ତି ସେହି ସମୟରେ ଆପଣଙ୍କୁ ଏକ ଅଲଗା ଏଡିଟଙ୍ଗ ଅପ୍ସନ ଦେଖାଇବ। ଏବେ ୟୁଜର୍ସମାନେ ତାଙ୍କ ମ୍ୟାସେଜକୁ କପି ଓ ଫରୱାର୍ଡ କରିବା ବ୍ୟତିତ ଏଡିଟ୍ ମଧ୍ୟ କରିପାରିବେ। ଆପଣ ମ୍ୟାସେଜ୍ ପଠାଇବା ପରେ ମଧ୍ୟ ଏଡିଟ ବଟନ୍ ଦ୍ୱାରା ଟାଇପିଙ୍ଗ୍ ମିଷ୍ଟେକ୍ ଓ ବନାନଗତ ମିଷ୍ଟେକ୍କୁ ଠିକ କରିପାରିବେ। କରେଣ୍ଟ୍ ସେଟ୍ଅପ୍ ଅନୁସାରେ ୟୁଜର୍ସମାନେ କେବଳ ତାଙ୍କ ମ୍ୟାସେଜକୁ ଡିଲେଟ୍ କରିପାରିବେ, କିନ୍ତୁ ମ୍ୟାସେଜ୍ ପଠାଇ ସାରିବା ପରେ ତାକୁ ଡିଲେଟ୍ କରିବା ଓ ଏଡିଟ୍ କରିବା ସମ୍ଭବ ହେଉନାହିଁ।