Breaking PLUSଓଡ଼ିଶାମୁଖ୍ୟ ଖବର
ଦ୍ୱାରଶୁଣି ଘାଟିରେ ଓଲଟିଲା ଗୋରୁ ବୋଝେଇ ଟ୍ରକ

ଭୁବନେଶ୍ୱର- ଦ୍ୱାରଶୁଣି ଘାଟିରେ ଓଲଟିଲା ଟ୍ରକ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ୪୯ନଂ ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ପୁଣି ଥରେ ଦୁର୍ଘଟଣା ଘଟିଛି । ଘାଟିରେ ଓଲଟି ପଡିଛି ଗୋରୁ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ବାଙ୍ଗିରିପୋଷି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଟ୍ରକରେ ପ୍ରାୟ ୫୦ ଉର୍ଦ୍ଧ୍ୱ ଗୋରୁ ଥିବା ଅନୁମାନ କରାଯାଉଛି। ମୃତାହତଙ୍କ ନେଇ କୌଣସି ସଠିକ ତଥ୍ୟ ମିଳିପାରିନାହିଁ । ବାଙ୍ଗିରିପୋଷି ପୋଲିସ ଟ୍ରକଟିକୁ ଜବତ କରିଥିବା ବେଳେ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ବିଶୋଇ ପଟୁ ପଶ୍ଚିମବଙ୍ଗ ଯାଉଥିଲା ଗୋରୁ ବୋଝେଇ ଟ୍ରକ ।