Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅଦାନୀକୁ ଆମେରିକାରୁ ବଡ଼ ଝଟକା

ଭାରତୀୟ ଶିଳ୍ପପତି ତଥା ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଝଟକା ମିଳିଛି। ଅଦାନୀ ଗ୍ରୁପ ଆମେରିକାରେ ନିବେଶକମାନଙ୍କ ସହିତ ଠକେଇ କରିବା ଏବଂ ଏକ ସୌର ଶକ୍ତି ଚୁକ୍ତି ହାସଲ କରିବା ଲାଗି ଭାରତୀୟ ଅଧିକାରୀମାନଙ୍କୁ ହଜାର ହଜାର କୋଟି ଟଙ୍କା ଲାଞ୍ଚ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ମାମଲା ଅଦାନୀ ଗ୍ରୀନ ଏନର୍ଜୀ ଏବଂ ଅନ୍ୟ କିଛି କମ୍ପାନୀ ସହିତ ଜଡ଼ିତ ଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଗୁରୁବାର ଶେୟାର ବଜାରରେ ଅଦାନୀଙ୍କ ସମସ୍ତ କମ୍ପାନୀର ଶେୟାର କ୍ରାଶ ହୋଇଯାଇଛି। ଏକାଧିକ ଶେୟାର ମୂଲ୍ୟ ପ୍ରାୟ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

Show More

Related Articles

Back to top button