Breaking PLUSଦେଶ ବିଦେଶମୁଖ୍ୟ ଖବର

ନୂଆ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିର୍ଦ୍ଦେଶ, ଏଣିକି ସକାଳ ୯ଟାରେ ଅଫିସରେ ପହଞ୍ଚିବେ ସରକାରୀ କର୍ମଚାରୀ

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ସରକାରୀ ଦପ୍ତରର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ ୯ଟାରେ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅନୁଶାସନ ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । 

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟର ଶାସନ ଭାର ଗ୍ରହଣ କରିବା ପରେ ସରକାରୀ ଦପ୍ତରର ଅନେକ ନିୟମ ପରିବର୍ତ୍ତନ କରିଛନ୍ତି । ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ ୯ଟାରେ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅନୁଶାସନ ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ପ୍ରଶାସନିକ ସଚିବ ଓ ବିଭାଗୀୟ ମୁଖ୍ୟମାନେ ସପ୍ତାହକୁ ଏନେଇ ଦୁଇଥର ଯାଞ୍ଚ କରବେ । ଫଳରେ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ନଜର ରଖାଯାଇ ପାରିବ । ସରକାରୀ ଅଫିସଗୁଡ଼ିକରେ ପାରଦର୍ଶିତ ଆଣିବା ନିହାତି ଦରକାର । ଅଧିକାରୀ ଓ କର୍ମଚାରୀମାନେ ଅଫିସରେ ପହଞ୍ଚିବା ପରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ ସେ କହିଛନ୍ତି ।

ଏହାଛଡ଼ା ପ୍ରଶାସନିକ ସେକ୍ରେଟାରୀ ଓ ବିଭାଗୀୟ ମୁଖ୍ୟମାନେ ନିଜ ନିଜର ଦପ୍ତମାନଙ୍କରେ ସମସ୍ତ କାର୍ଯ୍ୟକଳାପ ଓ ରେକର୍ଡ ଉପରେ ନଜର ରଖିବାକୁ ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚନ୍ନି ଚମକୌର ସାହିବ କ୍ଷେତ୍ରର ବିକାଶ ପାଇଁ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଗତକାଲି ସନ୍ଧ୍ୟାରେ ଚନ୍ନିଙ୍କ ଅଧ୍ୟକ୍ଷତାରେ ତିନି ଘଣ୍ଟା ଧରି ଏକ ବୈଠକ ବସିଥିଲା । ବୈଠକରେ ଅନୁସୂଚିତ ଜାତି, ପଛୁଆ ବର୍ଗ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ୧୦୦ ୟୁନିଟ୍ ବିଜୁଳି ଯୋଗାଇ ଦେବା ନେଇ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ଓ ଓ.ପି ସୋନିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Show More

Related Articles

Back to top button