ଅସୁସ୍ଥ ହୋଇପଡିଛନ୍ତି ବିହାର ରାଜ୍ୟପାଳ ଫାଗୁ ଚୌହାନ । ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଏକ ସପ୍ତାହ ହେଲା ବିହାର ରାଜ୍ୟପାଳ ଅସୁସ୍ଥତା ଅନୁଭବ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ତାଙ୍କ ହଠାତ୍ ଅଚେତ ହୋଇପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଏଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାର କୌଣସି ଆଖି ଦୃଶିଆ ଉନ୍ନତି ନହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ସେ ଧୀରେଧୀରେ ସୁସ୍ଥ ହେଉଥିଲେ ବୋଲି କହିଛନ୍ତି ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଡାକ୍ତର । ଲଗାତାର ତାଙ୍କ ଉପରେ ନଜର ରଖି ଚିକିତ୍ସା କରାଯାଉଥିଲା । ଏନେଇ ସୂଚନା ଦେଇଛନ୍ତି ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଡାକ୍ତର ମନୀଷ ମଣ୍ଡଳ
ମନୀଷ ମଣ୍ଡଳଙ୍କ ସୂଚନା ଅନୁଯାୟୀ, “ରାଜ୍ୟପାଳଙ୍କ ସ୍ବାସ୍ଥ୍ୟାବସ୍ଥା ମନିଟରିଂ ପାଇଁ ଏକ ଡାକ୍ତରୀ ଦଳ ଗଠନ ହୋଇଥିଲା । ତାଙ୍କୁ ଏକ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେ ହୋସ୍କୁ ଆସୁଥିଲେ ଓ ଠିକ୍ ମଧ୍ୟ ହେବାରେ ଲାଗିଥିଲେ ।” ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ୍ ଡାକ୍ତରଙ୍କ ମୁତାବକ ବିହାର ରାଜ୍ୟପାଳ ଫାଗୁ ଚୌହାନ ୟୁରିନରି ଟ୍ରାକ୍ ଇନ୍ଫେକ୍ସନ ବା ମୂତ୍ର ନଳୀ ସଂକ୍ରମଣର ଶିକାର ହୋଇଛନ୍ତି । ଅଧିକ ସୁରକ୍ଷା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି ।