Breaking PLUSଓଡ଼ିଶାମୁଖ୍ୟ ଖବର

ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

୭୫ ତମ ଗଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ଓଡ଼ିଶା ପୁଲିସ, ଆଇଟିବିପି, ସିଆରପିଏଫ୍, ଆରପିଏଫ୍, ସିଭିଲ୍ ଡିଫେନ୍ସ, ଅଗ୍ନିଶମ କର୍ମଚାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।
ଆଜି ମଧ୍ୟ ସମସ୍ତ ଜିଲ୍ଲା ମୁଖ୍ୟାଳୟ, କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ସହ ଉତ୍ସାହର ସହିତ ଗଣତନ୍ତ୍ର ଦିବସ ପାଳନ କରାଯାଉଛି।

Show More

Related Articles

Back to top button