Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର
ସିଙ୍ଗାପୁରରେ ପିଏମ ମୋଦିଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ- ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସିଙ୍ଗାପୁରରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ ନାଚ , ଗୀତ ଜରିଆରେ ମୋଦୀଙ୍କୁ ସ୍ଵାଗତ କରିଥିଲେ। ଏହି ଅବସରରେ ମୋଦୀ ଢୋଲ ବଜାଇ ସେମାନଙ୍କ ଖୁସିରେ ନିଜକୁ ସାମିଲ କରିଥିଲେ। ମୋଦୀଙ୍କ ସହ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର , ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ସିଙ୍ଗାପୁର ଗସ୍ତ କରିଛନ୍ତି। ମୋଦୀଙ୍କ ସମ୍ମାନାର୍ଥେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ନୈଶ୍ୟଭୋଜିର ଆୟୋଜନ କରିଛନ୍ତି। ଏହି ଗସ୍ତ ସମୟରେ ମୋଦୀ ଏବଂ ଓ୍ବଙ୍ଗ୍ଙ୍କ ମଧ୍ୟରେ ବିଭିନ୍ନ ଦ୍ଵିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ମିଳିଛି।