Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ପୁରୀରେ ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ

ଖୁବଶୀଘ୍ର ପୁରୀରେ ନିର୍ମାଣ ହେବାକୁଯାଉଛି ଗ୍ରୀନଫିଲ୍ଡ ଏୟାରପୋର୍ଟ। ଏଥିନିମନ୍ତେ ସିପସରୁବାଲିର ଗିରଳଠାରେ ଚିହ୍ନଟ ହୋଇସାରିଛି ୧୫ ଶହ ଏକର ଜମି। ଖୁବ୍‌ଶୀଘ୍ର ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ଏ ସମ୍ପର୍କରେ ଇଡ୍‌କୋର ୩ ଜଣିଆ ଟିମ୍ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଜଙ୍ଗଲ ଓ ପରିବେଶଗତ ଦିଗ ସହ ସିଆରଜେଡ୍ ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ଏୟାରପୋର୍ଟର କିଛି ଅଂଶ ଆସୁଛି। ସବୁ ପ୍ରତିବନ୍ଧକକୁ ଦୂର କରି ଖୁବ୍‌ଶୀଘ୍ର ଏୟାରପୋର୍ଟ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଆଗଉ ଥିବାରୁ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

Show More

Related Articles

Back to top button