
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର । ଆଉ ଦିନକ ପରେ ଗୁଜରାଟ ବିଧାନସଭା ନିର୍ବାଚନ। ଦୁଇଟି ପ୍ରର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଏଥିପାଇଁ ବହୁ ହେଭିୱେଟ୍ ନେତା ଘନ ଘନ ପ୍ରଚାର କାର୍ଯ୍ୟ ରେ ଲାଗିପଡିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖ ବରିଷ୍ଠ ନେତାମାନେ ମାରାଥନ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଠାରୁ ଗୁଜରାଟରେ ପ୍ରଚାର ମଙ୍ଗ ଧରିଛନ୍ତି। ସେ ଗୁଜରାଟରେ ୪ଟି ସହରରେ ରାଲି କରିଥିଲେ। ଆଜି ମଧ୍ୟ ଗୁଜରାଟର ବିଭିନ୍ନ ସ୍ଥାନରେ ମୋଦି ପ୍ରଚାର କରିବେ।