ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିଜୟ ହାସଲ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ

ଅହମଦାବାଦ: ବିଜେପି ଭଳି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ମଧ୍ୟ ଐତିହାସିକ ବିଜୟ ହାସଲ କରିଛନ୍ତି। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଘାତଲୋଡିଆ ଆସନରୁ ବିଜୟୀ ହୋଇଛନ୍ତି। ସେ କେବଳ ଜିତି ନାହାନ୍ତି ବରଂ ରେକର୍ଡ ସଂଖ୍ୟକ ଭୋଟ ମଧ୍ୟ ପାଇଛନ୍ତି।

ସେ ଏକତରଫା ଭାବେ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଆମୀ ୟାଜ୍ଞନିକଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଟେଲ ୧,୮୯,୭୬୫ ଖଣ୍ଡ ଭୋଟ ପାଇଥିବା ବେଳେ ଆମୀ କେବଳ ୧୯,୪୮୯ ଖଣ୍ଡ ଭୋଟ ପାଇଛନ୍ତି। ଆପ୍‌ର ବିଜୟ ପଟେଲ ୧୪,୫୭୮ ଖଣ୍ଡ ଭୋଟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଐତିହାସିକ ବିଜୟ ହାସଲ କରିଥିବାରୁ ଶ୍ରୀ ପଟେଲ ଆସନ୍ତା ୧୨ ତାରିଖ ଦିନ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଗତବର୍ଷ ସେପ୍ଟେମ୍ବର ମାସରେ ଭୂପେନ୍ଦର ପଟେଲ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲା। ୨୦୧୭ରେ ମଧ୍ୟ ଶ୍ରୀ ପଟେଲ ଏହି ଆସନରୁ ଜିତିଥିଲେ। ୨୦୧୭ରେ ସେ ୭୨.୬୫% ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶଶିକାନ୍ତ ପଟେଲ ମାତ୍ର ୨୪% ଭୋଟ ପାଇଥିଲେ। ଭୂପେନ୍ଦର ପଟେଲଙ୍କ ପୂର୍ବରୁ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ଘାତଲୋଡିଆ ଆସନରୁ ଜିତିଥିଲେ।

Show More

Related Articles

Back to top button