ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜୁରାଟ ନିର୍ବାଚନ: ବିଜୟ ଦିଗରେ ବିଜେପି, ହିମାଚଳ ପ୍ରଦେଶରେ ଆଗରେ ରହିଛି କଂଗ୍ରେସ

ନୂଆଦିଲ୍ଲୀ: ଏକଜିଟ ପୋଲ ଓ ବିଭିନ୍ନ ବିଜେପି ନେତା ଗୁଜରାଟ ବିଧାନସଭା ନିର୍ବାଚନ ରେଜଲ୍ଟକୁ ନେଇ କରୁଥିବା ଦାବି ସତ ହେବାକୁ ଯାଉଛି। ଅବ କି ବାର୍‌ ୧୫୦ ପାର୍‌ ନାରା ଦେଇ ବିଜେପି ଗୁଜରାଟରେ ନିର୍ବାଚନ ଲଢ଼ୁଥିବା ବେଳେ ଏବେ ଏହା ବାସ୍ତବ ରୂପ ଧାରଣ କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। କାରଣ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଗୁଜରାଟର ୧୮୨ ଆସନ ମଧ୍ୟରୁ ବିଜେପି ୧୫୬ଟିରେ ବହୁତ ଆଗରେ ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କେବଳ ୬ଟି ଓ କଂଗ୍ରେସ ୧୯ଟି ଆସନରେ ଲିଡ୍‌ କରୁଛି।

ସେହିପରି ଅନ୍ୟାନ୍ୟ ଦଳ ୪ଟି ଆସନରେ ଆଗରେ ରହିଛନ୍ତି। ୨୦୧୭ ତୁଳନାରେ ବିଜେପି ୫୫ଟି ସିଟ୍‌ ଆଗରେ ଥିବା ବେଳେ ଆପ୍‌ ୬ଟିରେ ଲିଡ୍‌ କରୁଛି। କିନ୍ତୁ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। କାରଣ କଂଗ୍ରେସ ୨୦୧୭ ତୁଳନାରେ ବର୍ତ୍ତମାନ ସୁଦ୍ଧା ୬୦ଟି ଆସନ ପଛରେ ରହିଛି। ୨୦୦୨ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ରେକର୍ଡ ୧୨୭ ଆସନରେ ଜିତିଥିଲା। ଏହାପରେ ଯେତେଥର ବି ବିଧାନସଭା ନିର୍ବାଚନ ହୋଇଛି ବିଜେପିର ଆସନ ସଂଖ୍ୟା ହ୍ରାସ ପାଉଥିଲା। ହେଲେ ଏଥର ଦଳ ରେକର୍ଡ ୧୫୦ରୁ ଅଧିକ ଆସନରେ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ କିନ୍ତୁ କଂଗ୍ରେସ ଭଲ ସ୍ଥିତିରେ ରହିଛି। ହିମାଚଳ ପ୍ରଦେଶର ୬୮ଟି ବିଧାନସଭା ଆସନରୁ କଂଗ୍ରେସ ୩୯ଟି ଆସନରେ ଲିଡ୍‌ କରୁଥିବା ବେଳେ କ୍ଷମତାସୀନ ବିଜେପି ୨୬ଟି ଆସନରେ ଆଗରେ ରହିଛି। ଏଠାରେ ଆପ୍‌ ଏଯାଏ ଖାତା ଖୋଲିବାକୁ ସକ୍ଷମ ହୋଇନି। ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ଅଛନ୍ତି। ବର୍ତ୍ତମାନ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ରହିଛି। ଟ୍ରେଣ୍ଡକୁ ଦେଖିଲେ କଂଗ୍ରେସ ଏଠାରେ କ୍ଷମତା ଦଖଲ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି।

Show More

Related Articles

Back to top button