Breaking PLUSଦେଶମୁଖ୍ୟ ଖବର

ଗୋବିନ୍ଦାଙ୍କ ଗୋଡରେ ବାଜିଲା ଗୁଳି

ମୁମ୍ବାଇ- ମଙ୍ଗଳବାର ସକାଳେ ଗୋବିନ୍ଦାଙ୍କ ସହ ଏକ ଦୁର୍ଘଟଣା ଘଟିଛି। ନିଜ ବନ୍ଧୁକରୁ ଗୁଳି ବାଜି ଆହତ ହୋଇଛନ୍ତି ଅଭିନେତା। ସକାଳେ ସେ କଲକାତା ଯିବାକୁ ବାହାରୁଥିବାବେଳେ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ କେସ୍‌ରେ ରଖୁଥିଲେ। ଏହି ସମୟରେ ଭୁଲବସତଃ ରିଭଲଭରଟି ତଳେ ପଡ଼ିଯାଇ ଗୁଳି ଫୁଟିଥିଲା ଏବଂ ଗୁଳି ଗୋବିନ୍ଦାଙ୍କ ଗୋଡ଼ରେ ବାଜିଥିଲା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଛି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button