Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍

ପୁରୀ- ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ କରାଯାଇଛି । ୨୯/୬/୨୫ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ ଦାୟୀ କରି ସୁପାରିସ୍ । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ କରାଯାଇଛି । ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ, କେକେ ନାୟକ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶଙ୍କୁ ଦାୟୀ କରାଯାଇଛି । ଗୃହ ବିଭାଗର ଅତିରିକ୍ତ ସଚିବ ଲେଖିଲେ ଡିଜି ଓ ଆଇଜି ପୋଲିସକୁ ଚିଠି ।



