Breaking PLUSଓଡ଼ିଶାମୁଖ୍ୟ ଖବର
ସ୍କୁଲରୁ ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, 15 ଡିସେମ୍ବର -ଅନୁଗୁଳ ଜିଲ୍ଲା କିଶୋରନଗରରେ ଅଭାବନୀୟ ଘଟଣା । ସ୍କୁଲ ଭିତରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ କିଶୋରନଗର ବ୍ଲକ ଧଡ଼ରପାଳ ପଂଚାୟତ ତୁରୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୃଷିକେଶ ସାହୁ । ସ୍ଥାନୀୟ ଲୋକ ମାନେ ଶିକ୍ଷକଙ୍କୁ ବିଦ୍ୟାଳୟର ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରିବା ପରେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।