Breaking PLUSଓଡ଼ିଶାମୁଖ୍ୟ ଖବର
ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କୁ ଆୟକର ବିଭାଗର ଜେରା
ବହୁ ଚର୍ଚ୍ଚିତ ଯୋଡି ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ। ଆଜି ଝାରପଡା ଜେଲ ଯାଇ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ। ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲୁଛି ପୁଲିସ। କେଉଁ ବଡ଼ବଡ଼ିଆଙ୍କୁ ଯୁବତୀ ଯୋଗାଉଥିଲେ ସେ ସଂକ୍ରାନ୍ତ ତଥ୍ୟ ହାତେଇବା ଲାଗି ତଦନ୍ତକାରୀ ଦଳ ଉଦ୍ୟମ କରୁଛି । ବିଦେଶୀ ଯୁବତୀଙ୍କୁ ଆଣି କେଉଁମାନଙ୍କୁ ଜନ୍ମଦିନରେ ଉପହାର ଦେଉଥିଲେ , ତା’ର ପ୍ରମାଣ ଖୋଜିବ । ଏଭଳି ଉପହାର ଦେବା ପଛରେ ଅନିଲ ହଂସିତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚାହୁଁଛି ପୁଲିସ। ପୂର୍ବରୁ ୧୬ ସ୍ଥାନରେ ଚଢାଉ କରି ଆଇଟି ଟିମ୍ ଅନେକ ତଥ୍ୟ ପାଇଛି। ୫୮ କୋଟିର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଆଇଟି ହାତରେ ଲାଗିଛି।