Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର
ମାତାପିତାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ହନୁମାନ ଚାଳିଶା ପାଠ କଲେ ରାଣା ଦମ୍ପତିଙ୍କ ଝିଅ
ଆରୋହୀ କହିଛନ୍ତି, ମୋ ମା' ଏବଂ ବାପାଙ୍କୁ ଶୀଘ୍ର ମୁକ୍ତ କରାଯିବା ଉଚିତ ।

ମହରାଷ୍ଟ୍ରରେ ଚର୍ଚ୍ଚାରେ ରହିଛି ହନୁମାନ ଚାଳିଶା ବିବାଦ । ଥମିବାର ନାଁ ନେଉନାହିଁ। ଏହି ବିବାଦରେ ଗିରଫ ହୋଇଥିବା ଏମ୍ପି ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କ କୁନି ଝିଅ ଆରୋହୀ ମାତାପିତାଙ୍କୁ ଜେଲ୍ରୁ ଶୀଘ୍ର ମୁକ୍ତ କରିବା ପାଇଁ ହନୁମାନ ଚାଳିଶା ପାଠ କରିଛନ୍ତି। ଅମରାବତୀରେ ରାଣା ଦମ୍ପତିଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୮ ବର୍ଷୀୟା ଆରୋହୀ ହନୁମାନ ଚାଳିଶା ପାଠ କରିଛନ୍ତି। ଆରୋହୀ କହିଛନ୍ତି, ମୋ ମା’ ଏବଂ ବାପାଙ୍କୁ ଶୀଘ୍ର ମୁକ୍ତ କରାଯିବା ଉଚିତ । ଏଥିପାଇଁ ସେ ପ୍ରାର୍ଥନା କରୁଛି। ଶାନ୍ତି ଭଙ୍ଗ କରିବା, ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବିସ୍ତାର କରିବା ଏବଂ ଦେଶଦ୍ରୋହ ଅଭିଯୋଗରେ ନବନୀତ୍ ଏବଂ ରବି ରାଣାଙ୍କୁ ଗିରଫ କରାଯାଇଛି। ଏବେ ସେ ମୁମ୍ବାଇ ଜେଲରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଏପ୍ରିଲ ୨୯ରେ ମୁମ୍ବାଇର ଅଧିବେଶନ କୋର୍ଟରେ ଶୁଣାଣି ହେବ।