Breaking PLUSଓଡ଼ିଶାମୁଖ୍ୟ ଖବର

ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ଦେବ ଦୀପାବଳି ଅନୁଷ୍ଠିତ

ଭୁବନେଶ୍ୱର- ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ଦେବ ଦୀପାବଳି ମହୋତ୍ସବ ଓ ଏକ ଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ୟୁନିଟ-3 ରାମମନ୍ଦିର ଠାରେ ଡିସେମ୍ବର 2 ତାରିଖ ପ୍ରତିପଦା ତିଥି, ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । 10ହଜାର ଘିଅ ଦୀପ ବିଶ୍ୱଶାନ୍ତି ମହାଯଜ୍ଞ ବାୟୁ ପ୍ରଦୂଷଣରୁ ମୁକ୍ତି ଓ ସଦଭାବନା ପାଇଁ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ତଥା ଓଡ଼ିଶାରୁ ବହୁ ସାଧୁସନ୍ଥ ଯୋଗ ଦେବା ସହିତ  ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆକାଶ ଦାସ ନାୟକ, ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ସମେତ ଓଡ଼ିଶା ସରକାରଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ହାପି ଲିଭିଂ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ମନୋଜ ଲେଙ୍କାଙ୍କ ପକ୍ଷରୁ ଆୟୋଜିତ ଏହି ମହାଯଜ୍ଞରେ ହାପିଲିଭିଂ ଫାଉଣ୍ଡେସନର  କାର୍ଯ୍ୟକାରୀ ନିର୍ଦ୍ଦେଶିକା ଲୋପାମୁଦ୍ରା ଜେନା ଓ ଆବାହକ  ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ସାମିଲ ହୋଇଥିଲେ । ଉତ୍କଳ ପ୍ରହରୀର ସଂପାଦକ ଶ୍ରୀମତି ସୁଜାତା ପଟ୍ଟନାୟକ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।

Show More

Related Articles

Back to top button