Breaking PLUSଦେଶମୁଖ୍ୟ ଖବରରାଜନୀତି

ଭାରତ ପାଇଁ ହର୍ମୁଜ୍ ଖୋଲା, ନିରାପଦ ଯାତ୍ରା କରିପାରିବ ଜାହାଜ

ତେହରାନ: ଭାରତ ପାଇଁ ହର୍ମୁଜ୍ ଖୋଲା । ଭାରତ ସମେତ ୫ଟି ବନ୍ଧୁରାଷ୍ଟ୍ରଙ୍କ ଜାହାଜ ପାଇଁ ହର୍ମୁଜ୍ ଅବରୋଧ ହେବନି  । ଭାରତ, ଚୀନ୍, ଋଷ, ପାକିସ୍ତାନ ଓ ଇରାକ ଜାହାଜ ଗୁଡ଼ିକ ହର୍ମୁଜ୍ ଦେଇ ନିରାପଦ ଯାତ୍ରା କରିପାରିବେ ବୋଲି ଇରାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଇରାନ କେବଳ ବନ୍ଧୁ ରାଷ୍ଟ୍ରଗୁଡିକର ପଣ୍ୟବାହୀ ଜାହାଜ ଓ ତୈଳ ଟ୍ୟାଙ୍କରକୁ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ଅନୁମତି ପ୍ରଦାନ କରୁଛି। ଏପରିସ୍ଥିତିରେ ଇରାନର ବନ୍ଧୁ ରାଷ୍ଟ୍ର ତାଲିକାରେ ଭାରତ ରହିବା ଏକ ବଡ କୂଟନୈତିକ ସଫଳତା ବୋଲି ମନେକରାଯାଇଛି।

ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି କହିଛନ୍ତି ଯେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଅପପ୍ରଚାର କରୁଛନ୍ତି ଯେ ହର୍ମୁଜ ପ୍ରଣାଳୀ ଆନ୍ତର୍ଜାତିକ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ।  ବାସ୍ତବରେ ହର୍ମୁଜ ପ୍ରଣାଳୀକୁ ଇରାନ କେବଳ ଏହାର ଶତ୍ରୁ ରାଷ୍ଟ୍ରଗୁଡିକର ଜାହାଜ ଲାଗି ବନ୍ଦ ରଖିଛି।

Show More

Related Articles

Back to top button