Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ମଧ୍ୟପ୍ରାଚ୍ୟ ସଂକଟ ନେଇ ପିଏମ-ସିଏମ ଆଲୋଚନା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ଭାରତ ଉପରେ ପଡୁଥିବା ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିବେ। ଆଜି ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କଥାବାର୍ତ୍ତା ହେବ। ଯୁଦ୍ଧ ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍‌ ଅଭାବ ସହିତ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ତୈଳ ଯୋଗାଣ ସମସ୍ୟା ସହିତ ଶକ୍ତି ସୁରକ୍ଷାକୁ କିପରି ନିଶ୍ଚିତ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହେବେ। ବୈଠକରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ସମସ୍ୟାକୁ ଏକଜୁଟ୍‌ ହୋଇ ଅର୍ଥାତ୍‌ ‘ଟିମ୍‌ ଇଣ୍ଡିଆ’ ମନୋଭାବ ନେଇ ମୁକାବିଲା କରାଯାଇପାରିବ ତା’ ଉପରେ ଗୁରୁତ୍ବାରୋପ କରିବେ।

 

Show More

Related Articles

Back to top button