ଦେଶ ବିଦେଶବାଣିଜ୍ୟ

HDFC ବ୍ୟାଙ୍କ ଗ୍ରାହକମାନଙ୍କ କମିବ ଇଏମଆଇ ବୋଝ

ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଖୁସିଖବର ରହିଛି । ଯଦି ଆପଣ ବ୍ୟାଙ୍କରୁ ଲୋନ ନେବା ବିଷୟରେ ଭାବୁଛନ୍ତି ତେବେ ବ୍ୟାଙ୍କ ନିଜ ମାର୍ଜିନାଲ କାଷ୍ଟ ଅଫ ଲେଣ୍ଡିଙ୍ଗ ରେଟକୁ ରିଭାଇଜ କରିଛି ।

ବ୍ୟାଙ୍କ ଏମସିଏଲଆର ହ୍ରାସ କରିଛି । ଏମସିଏଲଆରରେ ପରିବର୍ତ୍ତନ ପରେ ଏହାର ହୋମ ଲୋନ, କାର ଲୋନ, ପର୍ସନାଲ ଲୋନ ଏବଂ ଏଜୁକେସନ ଲୋନ ଆଦି ସବୁ ପ୍ରକାର ଲୋନରେ ପରିବର୍ତ୍ତନ ହେବ । ଏଥିରେ ଗ୍ରାହକଙ୍କ ଉପରେ ଥିବା ଇଏମଆଇ ବୋଝ କମିଯିବ । ନୂଆ ଦର ୭ ଜୁନ ୨୦୨୪ ଶନିବାର ଦିନ ଲାଗୁ ହୋଇସାରିଛି । ବ୍ୟାଙ୍କର ଏମସିଏଲଆର ୮.୯୫ ପ୍ରତିଶତରୁ ୯.୩୫ ପ୍ରତିଶତ ମଧ୍ୟରେ ଅଛି ।

ଏଚଡିଏଫସି ବ୍ୟାଙ୍କର ଓଭରନାଇଟ ଏମସିଏଲଆର ରେଟ ୮.୯୫ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ଗୋଟିଏ ମାସର ଏମସିଏଲଆରରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ । ବ୍ୟାଙ୍କର ଏମସିଏଲଆର ୯.୧୫ ପ୍ରତିଶତ ହୋଇଯାଇଛି । ଛଅ ମାସର ଲୋନର ଅବଧି ଏମସିଏଲଆର ୯.୩୦ ପ୍ରତିଶତ ହୋଇଯାଇଛି । ଗୋଟିଏ ବର୍ଷରୁ ନେଇ ୨ ବର୍ଷ ମଧ୍ୟରେ ଏମସିଏଲଆର ୯.୩୦ ପ୍ରତିଶତ ରହିବ । ଏଥିରେ ୫ ବେସିସ ପଏଣ୍ଟର ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କର ଦୁଇ ବର୍ଷର ଏମସିଏଲଆର ୯.୩୦ ଏବଂ ତିନି ବର୍ଷର ୯.୩୫ ପ୍ରତିଶତ ଅଟେ । ତିନି ବର୍ଷରୁ ଅଧିକ ଏମସିଏଲଆରରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ ।

ଏମସିଏଲଆର କଣ?
ମାର୍ଜିନାଲ କାଷ୍ଟ ଅଫ ଲେଡିଙ୍ଗ ରେଟ ଜରିଆରେ ବ୍ୟାଙ୍କ ହୋମ ଲୋନ, କାର ଲୋନ, ପର୍ସନାଲ ଲୋନ, ବିଜନେସ ଲୋନ ପରି ଅନେକ ଦର ସ୍ଥିର କରିଥାଏ । ଏମସିଏଲଆର ବଢିବାକୁ ନେଇ ଗ୍ରାହକଙ୍କ ଉପରେ ଇଏମଆଇର ବୋଝ ବଢିଥାଏ, ଏଥିରେ ଇଏମଆଇର ବୋଝ କମ ହୋଇଥାଏ ।

Show More

Related Articles

Back to top button