ଓଡ଼ିଆ ଗଳ୍ପଓଡ଼ିଶାଜୀବନଚର୍ଯ୍ୟାଭକ୍ତିମନୋରଞ୍ଜନ
ହେ କଳାବାମନ,,,,,,,

ହେ କଳାବାମନ,,,,,,,
କରିଥିଲି ମନ ହେ କଳାବାମନ
ରଥରେ ଦର୍ଶନ କରିବି ଥରେ
ପୁନର୍ଜନ୍ମ ଆଉ ନଲଭିବି ମୁଁ ଯେ
ମୁକ୍ତି ମିଳିଯିବ ଆତ୍ମାକୁ ବାରେ,
ଏମିତି କପଟ କଲୁ ଜଗନ୍ନାଥ
ତତେ ତ ଦେଖିବା ରହି୍ଲା ଦୂରେ
ତୋ ବଡଦାଣ୍ଡକୁ ଛୁଇଁ ପାରିଲନି
ଗୁଣ୍ଡିଚା,ବାହୁଡା ଯାତରା ବେଳେ ।
ଏକି ହିନିମାନ କହ ଜନାର୍ଦ୍ଦନ
କୋଟି ଓଡିଆର ତୁ ପ୍ରାଣଧନ
ଏ`କି କପଟ କରୁଛୁ ମୋପାଇଁ
ବୁଝିକି ପାରୁନୁ ଏ ଭକ୍ତ ମନ ?
ଡାକି ନେ ଥରେ ତୋ ବଡଦାଣ୍ଡକୁ
ଲଗାଈ ତୋ ଡୋରୀ ଏଇ ଜୀବନେ
ମାଗୁଣି ଏତିକି ରଖିବୁ ସାଆନ୍ତ
ତୋ ରଥ ଟାଣିବି ରଖିଚି ମନେ ।
ସରି ସରି ଆସେ ଜୀବନର ଆୟୁ
ସରି ଆସିଲାଣି ଜୀବନ ଖେଳ
କେତେ ପାପକଲି,କେତେ ପୂଣ୍ୟକଲି
ତଉଲି ନେ ମୋ କଳାଠାକୁର ,
ଆଜନ୍ମରୁ ତତେ ଭରଷିଚି ନାଥ
ଭରଷା କରୁଚି ଶେଷ ଜୀବନେ
ଟିକେ ପୂଣ୍ୟବଳେ ନେଇଯା ତୁଥରେ
ଦେଖିବି ତୋରଥ ବେନି ନୟନେ
,,,,,,ହେ କଳା ବାମନ,,,
।।ପ୍ରଶାନ୍ତ। ଜଗତସିଂହପୁର।


