Breaking PLUSଓଡ଼ିଶାମୁଖ୍ୟ ଖବର
ଧିରେ ଧିରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ
କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସାଧୀନ ରହିଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସାଧୀନ ରହିଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।
ସେ ବର୍ତ୍ତମାନ ସୁସ୍ଥ ହୋଇଆସୁଥିବା ସହ କଥା କହିବା ଆରମ୍ଭ କଲେଣି ବୋଲି ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗତ ଏପ୍ରିଲ ୧୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଗୁରୁତର ଅସୁସ୍ଥ ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଜଣାପଡିଛି ।