Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମପ୍ରକୋପ ଧୀରେ ଧୀରେ ବଢ଼ୁଛି। ସୋମବାର ରାଜ୍ୟର ୫ ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଏହାଛଡ଼ା ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହାପରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।

Show More

Related Articles

Back to top button