ଓଡ଼ିଶାପାଣିପାଗମୁଖ୍ୟ ଖବର

୯ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣି

୨ରୁ ୩ ଡିଗ୍ରୀ ବୃଦ୍ଧି ପୋଇପାରେ ତାପମାତ୍ରା

ରାଜ୍ୟରେ ଗ୍ରୀଷ୍ନପ୍ରବାହ ଜାରି ରହିଥିବାବେଳେ ତାତିରେ ସିଝୁଛି ପୁରା ଓଡ଼ିଶା । ଉପକୂଳରୁ ଉତ୍ତର ପର୍ଯ୍ୟନ୍ତ ଏବଂ ପଶ୍ଚିମରୁ ଦକ୍ଷିଣ ପର୍ଯ୍ୟନ୍ତ ସବୁଠି ଜନ ଜୀବନ ଅସ୍ତବ୍ୟସ୍ତ । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ୯ଟି ଜିଲ୍ଲାକୁ ହିଟ୍ ୱେଭ୍ ନେଇ ସଜାଗ କରାଯାଇଛି ।

ସେହିପରି ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ହିଟ୍ ୱେଭ୍ ଜାରି ରହିବ ଏବ ଆଭ୍ୟନ୍ତରୀଣ ଜିଲ୍ଲାରେ ୩ରୁ ୫ ଡିଗ୍ରୀ ଓ ଉପକୂଳ ଜିଲ୍ଲାରେ ୨ରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରହିପାର ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଅତି ଆବଶ୍ୟକ ପଡିଲେ ଘରୁ ବାହାରକୁ ଯାଆନ୍ତୁ । ବାହାରକୁ ଯିବା ସମୟରେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଛି ।

ଗତକାଲି ରାଜ୍ୟର ୪ଟି ସହହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା । ୪୪.୫ ଡିଗ୍ରୀ ତାପମାତ୍ରା ରହି ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଅନୁଗୁଳରେ ୪୪. ୧ ସମ୍ବଲପୁର ୪୩.୮, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩.୫ ଡିଗ୍ରୀ, ବ୍ରହ୍ମପୁରରେ ୪୩.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୨ ଡିଗ୍ରୀ, ହୀରାକୁଦରେ ୪୩. ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

 

Show More

Related Articles

Back to top button